Report Card Odisha

| Daily Odia News

ଏସିପି-ଆଇଆଇସି ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କମିଶନରେଟ୍ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ କରାଯାଇଛି । ଏ ନେଇ ପୋଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେଟ୍ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସିପି ପ୍ରଦୀପ କୁମାର ରଉତଙ୍କୁ ଭୁବନେଶ୍ୱର, ୟୁପିଡି, ଆଇଏଏଚ୍ଟିୟୁକୁ ବଦଳି କରାଯାଇଥିବା ବେଳେ ଏସିପି ବିଶ୍ୱରଞ୍ଜନ ସେନାପତିଙ୍କୁ ମୁଖ୍ୟାଳୟ, ସ୍ପେଶାଲ କ୍ରାଇମ୍ ୟୁନିଟ୍, ହିମାଂଶୁ ଭୂଷଣ ସ୍ୱାଇଁଙ୍କୁ ମୁଖ୍ୟାଳୟ ସ୍ପେଶାଲ ସ୍କ୍ୱାର୍ଡ, କେପି ଦାସଙ୍କୁ କଟକ ୟୁପିଡି, ଡିଆଇବି, ଏସିପି, ଅଞ୍ଜନା ଟୁଡୁଙ୍କୁ ମୁଖ୍ୟାଳ ଆଇବି ଭାବେ ବଦଳି କରାଯାଇଛି । ସେହିପରି ଏସିବି ଅମିତାଭ ମହାପାତ୍ରଙ୍କୁ କଟକ ଜୋନ୍-୨ ଏସିପି, ଏସିପି ସୁଶାନ୍ତ କୁମାର ସିଂଙ୍କୁ କଟକ ଟ୍ରାଫିକ୍ ଏସିପି, କଟକ ୟୁପିଡିର ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ କଟକ ଜୋନ୍-୫ ଏସିପି, ମୁଖ୍ୟାଳୟ ଇନ୍ସପେକ୍ଟର ମନୋଜ କୁମାର ଶତପଥୀଙ୍କୁ ସହିଦନଗର ଥାନା ଆଇଆଇସି, ମୁଖ୍ୟାଳୟ ଇନ୍ସପେକ୍ଟର ପି ଶ୍ୟାମସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର ଥାନା ଆଇଆଇସି, ଲକ୍ଷ୍ମୀସାଗର ଥାନା ଆଇଆଇସି ଓମ୍ପ୍ରକାଶ ମହାନ୍ତି ବାଲିପାଟଣା ଥାନା ଆଇଆଇସି, ଏୟାରଫିଲ୍ଡ ଥାନା ଆଇଆଇସି ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଆଇଆଇସି, ଚନ୍ଦକା ଆଇଆଇସି ସୁରେନ୍ଦ୍ର କୁମାର ବଳଙ୍କୁ ହେଡ୍କ୍ୱାର୍ଟର ଏବଂ ଟ୍ରାଫିକ୍ ଡିସିପି ଭାବେ ବଦଳି କରାଯାଇଛି ।

Breaking News