ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଅନେକ ସ୍କୁଲରେ ଏବେ ବି ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ଏଥର ସ୍କୁଲରେ ଅବସର ନେଇସାରିଥିବା ଶିକ୍ଷକ ମଧ୍ୟ ପଢାଇବେ। ଏଥିପାଇଁ ନିଯୁକ୍ତି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଅନୁମତି ମିଳିଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ବଳବତ୍ତର ରହିବ। କିଭଳି ଏହି ଅତିଥି ଶିକ୍ଷକ ନିଯୁକ୍ତ ହେବ ତାକୁ ଜିଲ୍ଲା ଶିକ୍ଷାଧିକାରୀ ସୁନିଶ୍ଚିତ କରାଇବେ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..