Report Card Odisha

| Daily Odia News

ଫେରିଲା ହୋମ ଆସୋଲେସନ

ଭୟ ବଢାଉଛି କରୋନାର ନୂଆ ଷ୍ଟ୍ରେନ । କିଛି ଦିନ ବ୍ୟବଧାନ ପରେ ପୁଣି ବଢୁଛି କରୋନା ମିଟର । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଛଡିଶଗଡରେ ଉପରମୁହାଁ କରୋନା ମିଟର । ଏହାକୁ ଦୃଷ୍ଟିରେ ରଖି ଏହି ୫ଟି ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ସବୁ ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ଵତନ୍ତ୍ର କଟକଣା ଲାଗୁ କରାଯାଇଛି । ଏହି ୫ ରାଜ୍ୟରୁ ଫେରିଥିବା ଲୋକମାନେ ୭ ଦିନ ହୋମ ଆଇସୋଲେସନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି । ତେବେ ୭୨ ଘଣ୍ଟା ଯାଏଁ ପୁରୁଣା ରିପୋର୍ଟ ଗ୍ରହଣ କରାଯିବ । ଟିକାକରଣ ପ୍ରମାଣପତ୍ର ଥିଲେ ହୋମ ଆଇସୋଲେସନ ଅନାବଶ୍ୟକ ବୋଲି କୁହାଯାଇଛି ।

Breaking News