Report Card Odisha

| Daily Odia News

ତାତିରୁ ନାହିଁ ନିସ୍ତାର, ତାପମାତ୍ରାରେ ଲାଗୁନି ରୋକ୍, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର(ବିିବିଏମ୍ ଟିଭି ବ୍ୟୁରୋ): ରାଜଧାନୀରେ ଅସହ୍ୟ ତାତି । ଧିରେ ଧିରେ ପାଣିପାଗରେ ପରିବର୍ତ୍ତନ ଘଟି ଭୁବନେଶ୍ୱରର ତାପମାତ୍ର ବଢ଼ିବାରେ ଲାଗିଛି । ଆଜି ବି ରାଜଧାନୀ ଭୁବନେଶ୍ୱର । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପରିଗଣିତ ହୋଇଛି । ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି । ଏଠାରେ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି କେନ୍ଦ୍ର ଆକଳନ କରିଥିଲା । କିନ୍ତୁ ନିର୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି ପାରଦ ୪୦ ଡେଇଁ ଯାଇଛି। ସବୁଠୁ ଉତ୍ତପ୍ତ ସହର ଭାବେ ଗତ ୩ ଦିନ ହେଲା ଦେଶରେ ରେକର୍ଡ କରିଥିବା ଭୁବନେଶ୍ୱର ଆଜି ବି ନିଜ ରେକର୍ଡ ବଜାୟ ରଖିଛି ।
ଗତକାଲି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀରେ ଆଜି ଅପରାହ୍ଣ ୪ଟା ପର‌୍ୟ୍ୟ ନ୍ତ ବି ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଏହା ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହରରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା। ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ। ଗତ ୧୦ ବର୍ଷ ଭିତରେ ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରି ରେକର୍ଡ ହୋଇଥିଲା । ଆଉ ପଛକୁ ଗଲେ, ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା, ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Breaking News