ରିପୋର୍ଟ କାର୍ଡ / ଭବାନୀପାଟଣା
କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଜୁନାଗଡ଼ ବ୍ଲକ୍ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁଙ୍କ ସମନ୍ୱିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ, ଦେଦର ପଞ୍ଚାୟତର ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ, ଭବାନୀପାଟଣା ସଦର ବ୍ଲକ୍ର ସାନଖଇରମାଲ ଗ୍ରାମରେ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ କୃଷି, ପ୍ରାଣୀ ସଂପଦ, ଉଦ୍ୟାନ, ଜଳଛାୟା, ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନା, ଚାଷୀଙ୍କ ଉନ୍ନତି, କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ନିଜ ଗସ୍ତ ସମୟରେ କ୍ଷେତ୍ରରେ ଚାଷୀମାନେ ସାମନା କରୁଥିବା ବିଭିନ୍ନ ଅସୁବିଧାକୁ ଉଲ୍ଲେଖ କରି ଏହାର ନିରାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..