Report Card Odisha

| Daily Odia News

ମୋବାଇଲ ସ୍ଵିଚ ଅଫ କରିପାରିବେ ନାହିଁ କୌଣସି ଅଫିସର…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମୋବାଇଲ ସ୍ଵିଚ ଅଫ କରିପାରିବେ ନାହିଁ କୃଷି କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ | ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରାସ୍ତାହାରେ ସାତ ଦିନ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ଼. ଅରୁଣ ସାହୁ | ଅନାବୃଷ୍ଟି ଯୋଗୁଁ ହେଉଥିବା ଫସଲ ନଷ୍ଟ ନେଇ ରବିବାର ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି | ଏହି ଅବସରରେ ପଂଚାୟତ, ବ୍ଲକ ସ୍ତାରରେ ଜଳ ନିଧି . ସୌର ଜଳ ନିଧି ଉଠାଜଳସେଚନ, ଅନ୍ୟ ଉଠାଜଳସେଚନ, କ୍ଷେତ ପୋଖରୀ, କ୍ଷୁଦ୍ର , ମଧ୍ୟମ ଜଳସେଚନ ପ୍ରକଳ୍ପ, ଏଥିରୁ କେତୋଟି ସମ୍ପୂର୍ଣ୍ଣ, କାର୍ଯ୍ୟକ୍ଷମ, ଅଚଳ, ମରାମତି ଯୋଗ୍ୟ, ବିଜୁଳି ସଂଯୋଗ ବିଛିନ୍ନ, ସମ୍ପୂର୍ଣ୍ଣ ଅଚଳ ନେଇ ବିବରଣୀ ଦେବାକୁ କୁହାଯାଇଛି | ଏହାସହିତ ଆବଶ୍ୟକ ପଡିଲେ ପାରିବା, ମାଛ ଚାଷ ବି ଦେଖିବାକୁ କୃଷି କର୍ମଚାରୀଙ୍କୁ କୁହାଯାଇଛି | ଜଳଯୋଗାଣ ସମ୍ପର୍କିତ କୌଣସି ଅସୁବିଧା ଥିଲେ ଜଳସେଚନ କାର୍ଯ୍ୟାଳୟକୁ ଯୋଗାଯୋଗ କରିପାରିବେ ବୋଲି ବୈଠକରେ ପରାମର୍ଶ ଦିଆଯାଇଛି | ବୈଠକରେ କୃଷି ବିଭାଗ ସଚିବ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ଶାସନ ସଚିବ, ମତ୍ସ୍ୟ-ପ୍ରାଣୀ ସମ୍ପଦ ନିର୍ଦ୍ଦେଶକମାନେ ଉପସ୍ଥିତ ରହିଥିଲେ |

Breaking News