ରିପୋର୍ଟ କାର୍ଡ / ମାଲକାନଗିରି
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୭.୪୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାକୁ ଥିବାବେଳେ ଏହି ଟଙ୍କା ଦେବା ପାଇଁ ରାଜସ୍ୱ ନିରୀକ୍ଷକ ଜଣଙ୍କ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସର ଏକ ଟିମ ଶ୍ରୀ ସାହୁଙ୍କୁ କାବୁ କରିବା ସହ ତଦନ୍ତ ଜାରି ରଖିଛି । ଗୌଡଗୁଡା ପଞ୍ଚାୟତରେ ଲାଞ୍ଚ ନେବା ବେଳେ ଏହି ଚଢାଉ ହୋଇଛି ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….