ରିପୋର୍ଟ କାର୍ଡ / ଭଦ୍ରକ
ରାଜସ୍ବ ନିରୀକ୍ଷକ ଜଳଜମିକୁ ଘରବାଡି କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନାଙ୍କୁ ଭିଜିଲାନ୍ସ ଧରିଛି |ସୂଚନାଯୋଗ୍ୟ,ଖାନାବାଡି ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆର ଆଇ ଅଫିସରେ ଆବେଦନ କରିଥିଲେ। କିନ୍ତୁ ଆର ଆଇ ଶରତ ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ପୂର୍ବ ଯୋଜନା ମୁତାବକ ଜଗି ରହିଥିଲେ। ଆବେଦନକାରୀଙ୍କ ନିକଟରୁ ଆର ଆଇ ଶରତ ଜେନା ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଛି । ଆରଆଇଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ ଜାରି ରହିଛି ।






More Stories
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..