Report Card Odisha

| Daily Odia News

ରିଙ୍କୁ ଉପଅଧିନାୟକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ଆଇପିଏଲ୍‌‌ରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ରିଙ୍କୁ ସିଂହ ତିନି ଥର ଚମ୍ପିଆନ୍‌ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଏକ୍ସ ଜରିଆରେ କେକେଆର୍‌ ଏହି ଘୋଷଣା କରିଛି। ଅଜିଙ୍କ୍ୟ ରାହାଣେ କେକେଆର୍‌ର ଅଧିନାୟକ ଅଛନ୍ତି। ୨୮ ବର୍ଷ ବୟସ୍କ ଉତ୍ତର ପ୍ରଦେଶର ବାମହାତି ବ୍ୟାଟ୍‌ସମ୍ୟାନ ରିଙ୍କୁ ସିଂହ ଏହି ଆଇପିଏଲ୍‌ ଜରିଆରେ ଜାତୀୟ ଦଳରେ ପ୍ରବେଶ କରିଥିଲେ। ୨୦୧୮ରେ ୮୦ ଲକ୍ଷ ଟଙ୍କାରେ ରିଙ୍କୁ କେକେଆର୍‌ରେ ସାମିଲ ହୋଇଥିଲେ। ୨୦୨୨ରେ ଆର୍‌ସିବିର ବୋଲର ଯଶ ଦୟାଲଙ୍କୁ ୫ଟି ବଲ୍‌ରେ ୫ଟି ଛକାମାରି ଦଳକୁ ଜିତାଇବା ପରେ ରିଙ୍କୁ ବହୁତ ଖ୍ୟାତି ହାସଲ କରିଥିଲେ। ଗତ ଆଇପିଏଲ୍‌ ନିଲାମ ପୂର୍ବରୁ ରିଙ୍କୁ ସିଂହଙ୍କୁ ୧୩ କୋଟି ଟଙ୍କାରେ କେକେଆର୍‌ ଦଳ​‌େ​ର ରହିଛି। ଅଦ୍ୟାବଧି ରିଙ୍କୁ କେକେଆର୍‌ ପାଇଁ ୫୯ ମ୍ୟାଚ୍‌ରୁ ୪ଟି ଅର୍ଦ୍ଧଶତକ ସହ ୧୦୯୯ ରନ୍‌ କରିଛନ୍ତି। ସେ ଭାରତ ପାଇଁ ୪୫ଟି ଟ୍ବେଣ୍ଟି୨୦ ଓ ୨ଟି ଦିନିକିଆ ଖେଳିଛନ୍ତି।

Breaking News