Report Card Odisha

| Daily Odia News

କୋଏଲ ନଦୀରେ ବୁଡ଼ି ୨ ସାଙ୍ଗ ମୃତ…..

ରିପୋର୍ଟ କାର୍ଡ / ରାଉରକେଲାର

ସାଙ୍ଗଙ୍କ ସହ ପିକ୍‌ନିକ୍‌ କରିବାକୁ ଯାଇ ନଦୀରେ ବୁଡ଼ିଗଲେ ଦୁଇ ଯୁବକ । ମୃତକଦ୍ୱୟ ହେଲେ ଅନିବେତ ବରଦା ଓ ମୁକେଶ ମହତୋ । ଏପରି ଏକ ଅଘଟଣ ରାଉରକେଲାର କୋଏଲ ନଦୀରେ ଘଟିଛି। ଗତକାଲି ବନ୍ଧମୁଣ୍ଡା ଅଞ୍ଚଳର ୮ ଛାତ୍ର ପିକନିକ୍‌ କରିବାକୁ କୋଏଲ ନଦୀ କୂଳକୁ ଯାଇଥିଲେ। ସେମାନେ ସମସ୍ତେ ବନ୍ଧମୁଣ୍ଡା ଅଞ୍ଚଳର ଏକ ଆଇଟିଆଇ କଲେଜ ଛାତ୍ର। ଘରୁ ସମସ୍ତେ କଲେଜ ଯିବାକୁ ବାହାରିଥିଲେ। ମାତ୍ର କଲେଜ ନ ଯାଇ କୋଏଲ ନଦୀ କୂଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଖିଆପିଆ କରିବା ପରେ ସମସ୍ତେ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ପାଣି ଶୁଖିଯାଇଥିବା ବେଳେ ଚୋରା ବାଲି କାଳ ହୋଇଛି। ଦୁଇ ସାଙ୍ଗ ପାଣିରେ ବୁଡ଼ି ଯାଇଥିବା ବେଳେ ଅନ୍ୟମାନେ ସେମାନଙ୍କୁ ପାଇନଥି । ଏହାପରେ ପିଲାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗ ଓ ପୋଲିସ କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗତକାଲି ପହଞ୍ଚି ସଙ୍ଗେସଙ୍ଗେ ଖୋଜାଖୋଜି କରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଆଜି ପୁଣି ଥରେ ଖୋଜାଖୋଜି ଆରମ୍ଭ ହୋଇ ଆଉ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

 

 

Breaking News