Report Card Odisha

| Daily Odia News

ଏନଡିଏ ରେ ଆନୁଷ୍ଠାନିକ ସାମିଲ ହେଲା ଆରଏଲଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି। ଆଜି ଏହି ଅବସରରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ସେ ବହୁତ ସତର୍କତାର ସହ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ତିନିଦିନ ତଳେ ଭାରତ ସରକାର ରାଷ୍ଟ୍ରୀୟ ଦଳ ମୁଖ୍ୟଙ୍କ ଜେଜେବାପା ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ଘୋଷଣା କରିଥିଲେ | ଏହା ପରେ ରାଷ୍ଟ୍ରୀୟ ଲୋକଦଳ ଏଭଳି ନିଷ୍ପତି ନେଇଛି | ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଘୋଷଣା ହେବାର ଗୋଟିଏ ଦିନ ପରେ ଜୟନ୍ତ କହିଥିଲେ, ‘ଦିଲ ଜିତ୍ ଲିଆ’, ତାଙ୍କ ଜେଜେବାପା ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିଥିବାରୁ ସେ ମୋଦୀ ସରକାରଙ୍କୁ ପ୍ରଶଂସା କରିଥିଲେ।

Breaking News