ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡଗିରି ଛକରେ ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବତୀଙ୍କ ଉପରେ ବସ ମାଡ଼ିଯାଇ ମୃତ୍ୟୁ ହୋଇଛି । ଯୁବତୀ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା, ସେ ପଡ଼ିଯିବା ବେଳେ ମାଡ଼ିଗଲା ବସ। ଦୁର୍ଘଟଣାରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ଜଣାପଡିଛି |





More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……