ରିପୋର୍ଟ କାର୍ଡ / ମୟୂରଭଞ୍ଜ
ମୟୂରଭଞ୍ଜରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ମାଲବାହୀ ଆନ୍ଧ୍ର ଟ୍ରକ। ଗାଡିଟି ପୋଲ ତଳକୁ ଖସି ପଡିବା ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବାରିପଦାରୁ ଝାରପୋଖରିଆ ଅଭିମୁଖେ ଯାଉଥିବା ଏକ ଟ୍ରକ ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ନିକଟରେ ଭାରସାମ୍ୟ ହରାଇ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଉପରେ ନିର୍ମିତ ପୋଲ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନଥିବାରୁ ପଥରରେ ପିଟି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ଓ ହେଲପରଙ୍କ ମୃତଦେହକୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ। ତେବେ ମୃତ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..