ରିପୋର୍ଟ କାର୍ଡ / କଟକ
ବମ୍ଫକୁଦ ଗାଁ ନିକଟ କେନାଲରୁ କାର୍ ସହ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସକାଳେ ରାସ୍ତାକଡ଼ କେନାଲରେ କାର ବୁଡ଼ି ରହିଥିବା ଦେଖିଥିଲେ ଲୋକେ । ଡ୍ରାଇଭର ସିଟ୍ରେ ବସିଥିବା ଅବସ୍ଥାରେ କାର ସହ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବମ୍ଫୁକୁଦ ଗାଁର କାହ୍ନା ଜେନା ବୋଲି ଜଣାପଡିଛି | ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ ଏକ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ। ପରେ କାରରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାହ୍ନା ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରୁଥିଲେ। ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……