ରିପୋର୍ଟ କାର୍ଡ / ଅନୁଗୋଳ
ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଛି | ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍ଟି ମଧ୍ୟ ଓଲୋଟି ପଡ଼ିଛି। ଅଟୋଟି ମହୀଧରପୁରରୁ ଦୁର୍ଗାପୁର ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଜରପଡ଼ା ଓ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡିଛି | ସମସ୍ତ ୩ ଆହତଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜରପଡ଼ା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..