ରିପୋର୍ଟ କାର୍ଡ / ବରଗଡ଼
୩ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇଛି ଟ୍ରକ୍। ବରଗଡ଼ ଜିଲ୍ଲା କାଦବାହାଲ ଛକରେ ଆଜି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ବର୍ଲା ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନେ ସ୍ଥାନୀୟ ଲରମ୍ଭା କଲେଜରେ ପଢୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ- ଆଜି ୩ ଜଣ ଛାତ୍ରୀ ସାଇକେଲ ଯୋଗେ କଲେଜ ଯାଉଥିଲେ। ଏହି ସମୟରେ କାଦବାହାଲ ଛକରେ ବୀପରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଛାତ୍ରୀମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ୩ କଲେଜ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ନିଟକ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି |






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..