ରିପୋର୍ଟ କାର୍ଡ / ବୌଦ୍ଧ
ଭାରସାମ୍ୟ ହରାଇ କେନାଲକୁ ଯାତ୍ରୀବାହୀ ବସ୍ ଖସିପଡିଛି । ବସ୍ ରେ ଥିବା ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ। ଆହତଙ୍କୁ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ- ଶାରଳା ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ମାଧପୁର ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିଲା। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..