ରିପୋର୍ଟ କାର୍ଡ / କେନ୍ଦୁଝର
ଘାଟିରେ ଯାତ୍ରୀବାହୀ ଗାଡ଼ି ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଜଗମୋହନପୁର-ବାଂଶପାଳ ରାସ୍ତା ତଳଗୁଣ୍ଡଳା ନିକଟରେ | ମିଳିଥିବା ସୂଚନା ଅନୁସାରେ- ତେଲକୋଇରୁ ବାଂଶପାଳ ବ୍ଲକ ହାଟକୁ କିଛି ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍ । କିନ୍ତୁ ଜଗମୋହନପୁର-ବାଂଶପାଳ ରାସ୍ତାର ତଳଗୁଣ୍ଡଳା ଘାଟିରେ ନିକଟରେ ଯାତ୍ରୀବାହୀ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଶଂପାଳ ବ୍ଲକ ଟଣ ଗାଁର ବରା ବରିଆର ବୋଲି ଜଣାପଡିଛି । ସେହିପରି ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଉଦ୍ଧାର କରାଯାଇଛି ।
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..