Report Card Odisha

| Daily Odia News

ବସ-ଡମ୍ଫର ମୁହାଁମୁହିଁ ଧକ୍କା,୭ ମୃତ,୧୩ ଆହତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବସ-ଡମ୍ଫର ମୁହାଁମୁହିଁ ଧକ୍କା ହୋଇ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଯାତ୍ରୀ ଆହତ ହୋଇଛନ୍ତି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଣ୍ଡ୍‍ ଜିଲ୍ଲାର ଚୌରାହା ଥାନା ଅନ୍ତର୍ଗତ ଡାଁଗ ବିରଖଡୀ ନିକଟରେ । ଉକ୍ତ ଯାତ୍ରୀବାହୀ ବସଟି ଗ୍ୱାଲିୟର ଠାରୁ ବରେଲୀ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Breaking News