ରିପୋର୍ଟ କାର୍ଡ / ସମ୍ବଲପୁର
କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଗୋଟିଏ ଟ୍ରକ୍ରେ ଲାଗିଗଲା ନିଆଁ ଲାଗି ଜଳିଗଲେ ଡ୍ରାଇଭର। ଦୁର୍ଘଟଣାରେ ହେଲପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭର ଜଣଙ୍କ ହେଲେ ଉତ୍ତରପ୍ରଦେଶର କାନପୁରର ରାମଜି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ- ଆଜି କୋଇଲା ବୋଝେଇ ଟ୍ରକ୍ଟି ଦେବଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସମ୍ବଲପୁରରୁ ପାନମସଲା ସାମଗ୍ରୀ ନେଇ ଆସୁଥିବା ମିନି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ମିନି ଟ୍ରକ୍ରେ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଟ୍ରକ୍ରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଯାଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଥିଲେ। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..