ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲ୍ଲାର ବେଲା-ବିଧୁନା ମାର୍ଗରେ ଆଜି ସକାଳେ କାର ଓ ରୋଡବେଜ୍ ବସ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୫ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଜନହିତକାରୀ ଚିକିତ୍ସାଳୟର ସାମ୍ନାରେ ଘଟିଛି। ବିଧୁନାରୁ କାନପୁର ଯାଉଥିବା ରୋଡବେଜ୍ ବସଟି କାରକୁ ଧକ୍କା ଦେଇଥିଲା। ଏଥିରେ ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସୂଚନାନୁଯାୟୀ, ଇଟାବା ଜିଲାର ଅଗ୍ରପୁର ଲଖନା ନିବାସୀ ଗୋଟିଏ ପରିବାରର ଦଶ ଜଣ କନୌଜ ରୁ ଗଙ୍ଗା ସ୍ନାନ କରି ଫେରୁଥିଲେ। ଶୁକ୍ରବାର ପ୍ରାୟ ସକାଳ ୬ଟା ସମୟରେ ବେଲା-ବିଧୁନା ମାର୍ଗରେ ଜନହିତକାରୀ ଚିକିତ୍ସାଳୟର ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ବସ୍ଟି କାରକୁ ଧକ୍କା ଦେଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..