ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ଟିହରି ଜିଲ୍ଲାର ତୋତା ଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ୫ଜଣ ଗୋଟିଏ ପରିବାରର କି ନୁହେଁ ତାହା ଜଣାପଡ଼ିନାହିଁ । ସୂଚନା ଅନୁଯାୟୀ ଆଜି ସକାଳେ ବାହାଘର ପାଇଁ କିଛି ଜିନିଷ କିଣାକିଣି କରିବା ପରେ ସମସ୍ତ ବ୍ୟକ୍ତି ଗୋଟିଏ କାର୍ ଯୋଗେ ଘରକୁ ଫେରୁଥିଲେ । ଫେରିବା ସମୟରେ ତୋତା ଘାଟି ନିକଟରେ କାରଟି ଦୁର୍ଘଟଣା ହୋଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ଘର ଚମୋଲି ଅଞ୍ଚଳରେ ହୋଇଥିବା ନେଇ ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଚଳାଇଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……