Report Card Odisha

| Daily Odia News

ଟ୍ରେଲର ଓ ବୋଲେରୋ ଧକ୍କା, ୬ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନ ଜୋଧପୁର ଜିଲ୍ଲାରେ ବିଳମ୍ବିତ ରାତିରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଟ୍ରେଲର ଓ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା | ଏହି ଦୁର୍ଘଟଣା ବିଲାଡା ଥାନା ଅଞ୍ଚଳରେ ହୋଇଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁଯାୟୀ, ଚୁରୁରେ ବାସ କରୁଥିବା ଜଣେ ବ୍ୟକ୍ତି ନିଜ ପରିବାର ସହ ଜୟପୁରରୁ ଜୋଧପୁର ଆସୁଥିଲେ। ସେହି ସମୟରେ ବିଲାଡା ଥାନା ଅଞ୍ଚଳରେ ଟ୍ରକ ସହ ପଛପଟୁ ବୋଲେରୋ ଧକ୍କା ହୋଇଥିଲା। ଗାଡି ଦ୍ରୁତ ଗତିରେ ଥିବାରୁ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣାର ତଦନ୍ତ ଜାରି ରହିଛି।

Breaking News