ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ୱୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର-କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି। ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତା ଘାଟ ସ୍ଥିତି ନେଇ ସମୀକ୍ଷା କରାଯିବ। ପାର୍ବଣ ପରେ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବୈଠକ ବସିବ। କଟକ-ଭୁବନେଶ୍ଵରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ପାଇଁ ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
More Stories
ରାଜ୍ୟରେ ବସିବ ୩ ରାଡାର୍….
ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି……
ନୂଆ କଟ୍ ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ପାଇଁ ନିର୍ଦ୍ଦେଶ…..