ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ଡିସେମ୍ବର ମାସ ସାରା କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ନେଇ ରାଜ୍ୟର ସମସ୍ତ RTO ଏବଂ ଅତିରିକ୍ତ RTOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଚିଠିରେ କୁହାଯାଇଛି, କୁହୁଡ଼ି ଓ ଅନ୍ୟ ଜଳବାୟୁ ସ୍ଥିତି ଯୋଗୁଁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାର ଆଶଙ୍କା ରହିଛି। ତେଣୁ ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର। ଏପରିକି ଏଥିଲାଗି ଅଧିକ ସଂଖ୍ୟକ ପାଟ୍ରୋଲିଂ ଗାଡ଼ି ଓ ପୋଲିସ ସହାୟତା ଦରକାର ହେଲେ ଜଣାଇବାକୁ କୁହାଯାଇଛି। ଏହାସହ ଏଥିପାଇଁ ନିଜ ସ୍ତରରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ RTO ମାନଙ୍କୁ ପରାମର୍ଶ ଦେଇଛି STA ।






More Stories
ଆଜିଠୁ ମାଟ୍ରିକ ଖାତା ଦେଖା…..
ବିଧାନସଭାରେ କୋକେଇ ଶୋଭାଯାତ୍ରା…..
ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..