ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଛ ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି | ଟିକେ ଆଖିଦୁରାସିଆ ଆଉ ଟେଷ୍ଟ ଅଲଗା ପ୍ରକାର ହେଲେ ଖାଇବା ଟିକେ ନିଆରା ହୋଇଯାଏ | ଆଜି ଆପଣ ଜଣାନ୍ତୁ ମାଛ ଉପରେ ଏକ ନୂଆ ଆଇଟମ ରୋଷ୍ଟେଡ୍ ପାମ୍ପ୍ଲେଟ୍ | ଏହା ପାଇଁ କଣ ଆବଶ୍ୟକ ଆସନ୍ତୁ ଜାଣିବା |
ଆବଶ୍ୟକ ସାମଗ୍ରୀ: ଗୋଟା ପାମ୍ପ୍ଲେଟ ମାଛ, ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲେମ୍ବୁରସ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପ୍ଲେଟ୍ ଗୁଡ଼ିକୁ ଭଲଭାବେ ଧୋଇ ପେଟକୁ ଛୁରି ଦ୍ୱାରା ଚିରି ଦିଅନ୍ତୁ। ଏବେ ଗୋଟିଏ ପାତ୍ରରେ ଲୁଣ ଓ ଲେମ୍ବୁରସ ଦେଇ ମାଛକୁ ୧୫ ମିନିଟ୍ ପାଇଁ ମ୍ୟାରିନେଟ୍ ହେବାପାଇଁ ରଖିଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ଅଳ୍ପ ତେଲ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଅଦା-ରସୁଣ ବଟା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଚୁଲିରେ ପ୍ୟାନ୍ ଗରମ କରିବାକୁ ବସାଇଦେଇ ମ୍ୟାରିନେଟ୍ କରାଯାଇଥିବା ପାମ୍ପ୍ଲେଟ୍ ଗୁଡିକରେ ବ୍ରଶ୍ ସାହାଯ୍ୟରେ ମସଲା ମିଶ୍ରଣକୁ ଭଲଭାବେ ଲଗାଇ ଦିଅନ୍ତୁ। ପ୍ୟାନ୍ ଗରମ ହୋଇଗଲେ ସେଥିରେ ଅଳ୍ପ ତେଲ ଦେଇ ମସଲା ଲଗାଯାଇଥିବା ମାଛ ସବୁକୁ ଗୋଟି ଗୋଟି କରି ସେଥିରେ ପକାଇ ଭାଜନ୍ତୁ। ମାଛର ଗୋଟିଏ ପାଖ ଭାଜି ହୋଇଗଲେ ଅନ୍ୟ ପଟକୁ ଲେଉଟାଇ ଦିଅନ୍ତୁ। ଦୁଇ ପାଖ ଭଲ ଭାବେ ଭାଜି ହୋଇଗଲେ ମାଛକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ରୋଷ୍ଟେଡ୍ ପାମ୍ପ୍ଲେଟ୍’।
More Stories
ଚାଉଳ ରେ ବନାନ୍ତୁ ରସଗୋଲା…..
କଙ୍କଡ଼ା ନଡ଼ିଆ ରସା…..
ଆଉ ରେକର୍ଡିଙ୍ଗ କରିପାରି ବେନି କଲ୍ …..