ରିପୋର୍ଟ କାର୍ଡ / ରାଉରକେଲା
ସ୍ତ୍ରୀକୁ ସାମାନ୍ୟ କୌଣସି କଥା ପାଇଁ ଗଳାକାଟି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ଦେଓଗାଁ ଅଞ୍ଚଳର ଚେକ୍ ଗେଟ୍ ବସ୍ତିରେ । ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁ ସାନ୍ଦିଲ। ସ୍ୱାମୀ ସାନ୍ଦିଲକୁ ପୋଲିସ ଅଟକ ରଖିଛି। ଗତକାଲି ରାତିରେ ସ୍ୱାମୀସ୍ତ୍ରୀ ରାତିରେ ଖାଇପିଇ ଶୋଇଥିଲେ। ଆଜି ଭୋର ପ୍ରାୟ ୪ଟା ସମୟରେ ଦିପୁ ଏକ ଟାଙ୍ଗିଆ ଆଣି ମଞ୍ଜୁଙ୍କୁ ହାଣି ଦେଇଥିଲା। ପରିବାର ଲୋକେ ମଞ୍ଜୁଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏନେଇ ପୋଲିସକୁ ଜଣାଇଥିଲେ। ଦିପୁଙ୍କ ଭଉଣୀ ଭାଉଜକୁ ଭାଇ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାପରେ ଦିପୁ ଫେରାର ହୋଇଯାଇଥିଲା । ପୋଲିସ ମୃତଦେହକୁ ଉଦ୍ଧାର ଘଟଣାର ତଦନ୍ତ କରୁଛି। ଏହାସହ ଦିପୁକୁ ଅଟକ ରଖି ପଚରାଉଚରା କରୁଛି। ପରିବାରିକ କଳହ ଯୋଗୁ ଦିପୁ ମଞ୍ଜୁଙ୍କୁ ହତ୍ୟା କରିଥିବା ଜଣାଯାଇଛି।






More Stories
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….