ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖାକିରେ ଲାଗିଲା ଦାଗ। ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ କଲେ ଅସଦାଚରଣ ଆରପିଏଫ ଏଏସଆଇ। ଏପରି ଲଜ୍ଜାଜନକ କାଣ୍ଡ ଘଟାଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିଲେ। ଦୁଇ ଦିନ ତଳେ ଟ୍ରେନ୍ରେ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ମାତ୍ର ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ASI ନିରଞ୍ଜନ ତାଙ୍କୁ ଏକ ରୁମ୍ରେ ରହିବା ପାଇଁ କହିଥିଲେ। ଯୁବତୀ ରୁମ୍ ଭିତରକୁ ଯିବାପରେ ତାଙ୍କୁ ଏକୁଟିଆ ପାଇ ନିରଞ୍ଜନ କବାଟ ବନ୍ଦ କରି ଦେଇଥିଲେ ଓ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏଥିରେ ଭୟଭୀତ ହୋଇ ଯୁବତୀ ଜଣଙ୍କ ପିସିଆରକୁ କଲ୍ କରିଥିଲେ। ତତ୍କ୍ଷଣାତ ପୋଲିସ ପହଞ୍ଚି ଉକ୍ତ ରୁମ୍ରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏନେଇ ଯୁବତୀ ଜଣଙ୍କ GRP ଥାନାରେ ଅଭିଯୋଗ କରିବା ପରେ ଏଏସଆଇ ନିରଞ୍ଜନଙ୍କୁ ଗିରଫ କରାଯାଇଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..