Report Card Odisha

| Daily Odia News

ପୂର୍ଣ୍ଣାଙ୍ଗ ବଜେଟ : ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ୨ ଲକ୍ଷ କୋଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନରେନ୍ଦ୍ର ମୋଦି ୩.୦ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପରେ ଏହା ପ୍ରଥମ ବଜେଟ ହୋଇଥିବା ବେଳେ ସରକାର ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ଉପରେ ଫୋକସ କରିଛନ୍ତି। ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜର ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନର୍ମଳା ସୀତାରମଣ କହିଛନ୍ତି, ଚଳିତ ବର୍ଷ ଶିକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ବଜେଟରେ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଲୋକମାନେ ଆମ ସରକାରକୁ ବିରଳ ସୁଯୋଗ ଦେଇଛନ୍ତି। ଶକ୍ତିଶାଳୀ ବିକାଶ ଓ ସମଗ୍ର ସମୃଦ୍ଧି ପାଇଁ ଆମ ସରକାରଙ୍କୁ ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଆମ ସରକାର ନିଯୁକ୍ତି ସହ ଜଡ଼ିତ ୩ଟି ଯୋଜନା ଆରମ୍ଭ କରିବେ। ଏହା ଇପିଏଫଓ ପଞ୍ଜିକରଣ ଓ ପ୍ରଥମଥର କର୍ମଚାରୀ ଓ ସେମାନଙ୍କୁ ସମର୍ଥନ ଉପରେ ଫୋକସ କରାଯିବ।

Breaking News