ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟରେ କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି ୧ ଲକ୍ଷ ୫୨ ହଜାର କୋଟି ଟଙ୍କା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି କ୍ଷେତ୍ରରେ ଯୋଡ଼ାଯିବ। ଏହା ଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ପ୍ରାକୃତିକ ଚାଷ କରିବା ଦ୍ୱାରା କେବଳ ମୃତ୍ତିକା ଭଲ ରହି ନଥାଏ, ବରଂ ଚାଷୀଙ୍କ ପାଇଁ ଚାଷ ମୂଲ୍ୟ ହ୍ରାସ ପାଇଥାଏ। ଫଳରେ ଚାଷୀଙ୍କ ଲାଭ ବୃଦ୍ଧ ହୋଇପାରିବ।
କୃଷି ପାଇଁ ବଜେଟ-
୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ।
୩୨ ଟି ଫସଲର ୧୦୯ ଟି ନୂଆ କିସମ ଅଣାଯିବ।
ପନିପରିବା ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱ।
ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ FPO ଗଠନ କରାଯିବ।
୪୦୦ ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ।
ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ମିଳିବ ପ୍ରୋତ୍ସାହନ।
ଜଳବାୟୁ ଅନୁକୂଳ ମଞ୍ଜି ବିକାଶ ପାଇଁ ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଅର୍ଥ ପ୍ରଦାନ କରାଯିବ।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……