ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି । ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି ଏହି ମଞ୍ଜୁରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ୍ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଏବଂ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ସହିତ ଦେୟ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଦୀର୍ଘସ୍ଥାୟୀ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇଁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦୨୧ ଜୁନ ୯ରେ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ପକ୍ଷରୁ ଆବଶ୍ୟକ ବିସ୍ତୃତ ମାର୍ଗଦର୍ଶିକା ଏବଂ ନିୟମାବଳୀ ଜାରି କରାଯାଇଥିଲା। ଅତିରିକ୍ତ ଋଣ ଉଠାଣ ନିମନ୍ତେ ବିଦ୍ୟୁତ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ହେବ ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ବେଞ୍ଚମାର୍କ ପ୍ରସ୍ତୁତ କରିବାକୁ ପଡ଼ିବ । ବିଦ୍ୟୁତ ବିତରଣ କମ୍ପାନିର ଘରୋଇକରଣ ପାଇଁ ରାଜ୍ୟମାନେ ବୋନସ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ହୋଇପାରିବେ ।
More Stories
ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ……
ଲଘୁଚାପ କ୍ଷେତ୍ର ସୃଷ୍ଟି:ଦୁଇଦିନ ବର୍ଷା…..
ଠିକ ଦରଙ୍କୁ ଚେତାବନୀ,ଠିକ୍ ସମୟରେ କାମ ନସରିଲେ କାର୍ଯ୍ୟାନୁଷ୍ଠାନ…..