ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୂଚନା ଅଧିକାର ଆଇନରେ ସୁପ୍ରିମକୋର୍ଟରୁ ଏବେ ଅନଲାଇନରେ ସୂଚନା ପାଇବା ଲାଗି ଆବେଦନ କରାଯାଇ ପାରିବ। ଗୁରୁବାର ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଉକ୍ତ ପୋର୍ଟାଲ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ। ଆରଟିଆଇ ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି। ୧୫ ମିନିଟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଯଦି କୌଣସି ସମସ୍ୟା ଦେଖାଦିଏ ତା’ହେଲେ ଟିକେ ଧୈର୍ଯ୍ୟ ଧରିବେ। ସମସ୍ୟା ସଂପର୍କରେ ମୋତେ ଜଣାଇଲେ ମୁଁ ଏହାକୁ ଦେଖିବି ବୋଲି ପ୍ରଧାନ ବିଚାରପତି କହିଥିଲେ। ସୂଚନା ଅଧିକାର ଆଇନ ଅଧୀନରେ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଉତ୍ତରକୁ ଏହା ଅଧିକ ବ୍ୟବସ୍ଥିତ କରିବ। ପୂର୍ବରୁ ସୁପ୍ରିମକୋର୍ଟରେ ଆରଟିଆଇ ଆବେଦନ କେବଳ ଡାକ ମାଧ୍ୟମରେ ଦାଖଲ କରାଯାଉଥିଲା।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……