ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୌଦ୍ଧ RT0 ବସନ୍ତ ମହାପାତ୍ର ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା ଓ ଗାଡି ଆସବାବପତ୍ର ରହିଛି | ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ ବି ରହିଛି। ଏଥିସହ ଭିଜିଲାନ୍ସ କରୁଥିବା ରେଡ ସମୟରେ ଏଯାଏ ୩ କୋଟି ୭୫ ଲକ୍ଷ ଟଙ୍କାର ଫିକସ୍ ଡିପୋଜିଟ୍ ମିଳିଥିଲା । ରେଡ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ଫ୍ଲାଟ ଓ ଘର ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..