ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡିବ ନାହିଁଛି | ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ୍(RTO)ରେ ଡ୍ରାଇଭିଂ ପରୀକ୍ଷା ଦେବା ସହ ବ୍ୟାପକ ଫର୍ମ ପୂରଣ କରିବାକୁ ପଡ଼ିଥାଏ। କିନ୍ତୁ ଆଗକୁ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବନି। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ପରିବର୍ତ୍ତନ ହୋଇଥିବା ଅନ୍ୟାନ୍ୟ କେତେକ ନିୟମ ବାବଦରେ, ଜାଣନ୍ତୁ…
ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ-
ଜୁନ ୧ରୁ ଆବେଦନକାରୀମାନେ RTO ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି। ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ।
ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ(ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି।
ଘରୋଇ ଡ୍ରାଇଭିଂ ସ୍କୁଲ୍ ପାଇଁ ନୂଆ ନିୟମ-
ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ।
ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ।
ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ 5 ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ।
ଟ୍ରେନିଂ ଅବଧି
ହାଲୁକା ମୋଟର ଯାନ (LMV): ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ।
ଭାରୀ ମୋଟର ଯାନ (HMV): ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ।
ଲାଇସେନ୍ସ ସମ୍ବନ୍ଧୀୟ ଦେୟ:-
ଲାନର୍ସ ଲାଇସେନ୍ସ: ୧୦୦ଟ ଙ୍କା
ଲାନର୍ସ ଲାଇସେନ୍ସ ଟେଷ୍ଟ: ୫୦ ଟଙ୍କା
ଡ୍ରାଇଭିଂ ଟେଷ୍ଟ: ୩୦୦ ଟଙ୍କା
ଡ୍ରାଇଭିଂ ଲାଇସେନ୍ସ: ୨୦୦ ଟଙ୍କା
ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି: ୧,୦୦୦ ଟଙ୍କା
ଡ୍ରାଇଭିଂ ଲାଇସେନ୍ସ ପାଇଁ କିପରି ଆବେଦନ କରିବେ –
https://parivahan.gov.in/ ରେ ଅନଲାଇନ୍ କିମ୍ବା ଅଫଲାଇନ୍ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା ଲାଇସେନ୍ସ ପ୍ରକାର ଉପରେ ନିର୍ଭର କରେ।
ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ଏବଂ ଲାଇସେନ୍ସ ଅନୁମୋଦନ ପାଇଁ RTO ଯିବାକୁ ପଡ଼ିବ।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..