Report Card Odisha

| Daily Odia News

ଆଜି ନେତ୍ର ଉତ୍ସବ, ଶନିବାର ଗଡିବ ରୁକୁଣା ରଥ…..

????????????????????????????????????

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆଜି ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ। ଏଥର ଭକ୍ତଙ୍କ ଗହଳିରେ ଗଡିବ ରୁକୁଣା ରଥ। ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଶନିବାର ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା । ଏଥର ଭକ୍ତ ଟାଣିବେ ରୁକୁଣା ରଥ । ଶ୍ରୀ ଲିଙ୍ଗରାଜଙ୍କ ରଥକୁ ଟାଣି ଟାଣି ମାଉସୀ ମାଙ୍କ ମନ୍ଦିରକୁ ନେଇଯିବେ ଭକ୍ତ । ରଥ ଟଣା ବେଳେ ଭିଡ ଅଧିକ ହେବ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାକୁ ଅଗ୍ରାଧିକାର ଦିଆଯାଇଛି । ସେପଟେ ରୁକୁଣା ରଥ ନେଇ ଚୁଡାନ୍ତ ସମନ୍ବୟ ବୈଠକ ଶେଷ ହୋଇଛି।

Breaking News