ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୨୯ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ l ଏନେଇ ଗତକାଲି ସମନ୍ୱୟ ବୈଠକରେ ରଥ କାଠ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେବା ସହ ରଥ ଯେପରି ସଠିକ୍ ସମୟରେ ପ୍ରସ୍ତୁତ ହେବ, ତା’ଉପରେ ମହାରଣା ସେବାୟତ ଗୁରୁତ୍ୱ ଦେଇଥିଲେ। ମାର୍ଚ୍ଚ ୨୯ ତାରିଖରେ ରୁକଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨ ତାରିଖରେ ପ୍ରଭୁଙ୍କ ବାହୁଡା଼ ଯାତ୍ରା ହେବ। ପ୍ରତ୍ୟେକ ବର୍ଷ ଭଳି ଏଥର କିପରି ଶୃଙ୍ଖଳିତ ନିତିକାନ୍ତି ସହ ପାଳନ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ୨୯ ତାରିଖ ଭୋର ୫ଟା ସମୟରେ ମଙ୍ଗଳ ଆଳତି ହେବ। ତା’ ପର ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିସହ ରଥଯାତ୍ରା ଓ ବାହୁଡା଼ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦମକଳ, ଆମ୍ବୁଲାନ୍ସ , ମୋ ବସ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଗତକାଲି ସମନ୍ୱୟ ବୈଠକରେ ନିଷ୍ପତ୍ତି ହୋଇଛି।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..