ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ କଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୋଲିସ । ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ବୁଧବାର ସାରା ରାତି ସେ ଥାନା ସମ୍ମୁଖରେ ଧାରଣ ଦେଇଥିଲେ। ସୂଚନା ମୁତାବକ, ଧାରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ଲାଲବଜାର ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାଂସଦ୍ରୋଣୀରେ ଘଟିଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ଯ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ତାଙ୍କୁ ମନାଇବା ପାଇଁ ପୋଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..