Report Card Odisha

| Daily Odia News

ଭାରତରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆଇଏସ୍‌ ଆତଙ୍କୀକୁ ଧରିଲା ରୁଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ବିରୋଧରେ ଆଇଏସ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରୁଷ। ଆତ୍ମଘାତୀ ଆକ୍ରମଣ ଉଦ୍ୟମ ନିମନ୍ତେ ଭାରତ ଗସ୍ତ କରିବାକୁ ଯୋଜନା କରୁଥିବା ଜଣେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀକୁ ରୁଷ୍‌ ଅଟକ ରଖିଥିବା କଥା ସୂଚନା ମିଳିଛି | ରୁଷ୍‌ର ‘ଫେଡେରାଲ୍‌ ସିକ୍ୟୁରିଟି ସର୍ଭିସ୍‌’ ଜାରି କରିଥିବା ବିବୃତି ଅନୁସାରେ,ଭାରତରେ ଶାସକ ପରିସରର କ୍ଷମତାସୀନ ପ୍ରତିନିଧିମାନଙ୍କ ମଧ୍ୟରୁ ଜଣକ ଉପରେ ଆକ୍ରମଣ କରିବା ଲାଗି ଆତଙ୍କବାଦୀ ଜଣକ ଯୋଜନା କରିଥିଲା। ଆହୁରି ଉଲ୍ଲେଖ ଅଛି କି, ରୁଷୀୟ ଫେଡେରେସନ୍‌ର ‘ଏଫ୍‌ବିଏସ୍‌’ ରୁଷ୍‌ରେ ନିଷିଦ୍ଧ ହୋଇଥିବା ଆନ୍ତର୍ଜାତିକ ସଂଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ର ଜଣେ ସଦସ୍ୟଙ୍କୁ ଚିହ୍ନଟ କରିବା ପରେ ତା’କୁ ଗିରଫ କରାଯାଇଛି। ଅଟକ ଥିବା ଆତଙ୍କବାଦୀଜଣକ ହେଉଛି କେନ୍ଦ୍ରୀୟ ଏସୀୟ ଅଞ୍ଚଳର ବାସିନ୍ଦା। ସେ ‘ଆମିର୍‌ ଅଫ୍‌ ଦି ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିକଟରେ ବିଶ୍ବସ୍ତତାର ଶପଥ ଗ୍ରହଣ କରିଥିଲା। ଏହାପରେ, ଆବଶ୍ୟକ କାଗଜପତ୍ର କାମ ଶେଷ କରି ବିମାନରେ ଭାରତକୁ ଯାଇ ବଡ଼ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଲାଗି ତାକୁ ରୁଷ୍‌ରୁ ଚାଲିଯିବା ପାଇଁ ଅନୁମତି ମିଳିଥିଲା ବୋଲି ‘‌ଏଫ୍‌ଏସ୍‌ବି’ କହିଛି।

Breaking News