Report Card Odisha

| Daily Odia News

ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍, ୧୩ କ୍ଷେପଣାସ୍ତ୍ର ମାଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ଉପରେ ପୁଣି ଥରେ ବଡ ଧରଣର ଆକ୍ରମଣ କରିଛି ରୁଷ୍। ମଙ୍ଗଳବାର ରାତିରେ ୟୁକ୍ରେନ ଉପରେ ରୁଷ୍ ୭୨୮ଟି ଡ୍ରୋନ ଓ ୧୩ଟି କ୍ଷେପଣାସ୍ତ୍ର ମାଡ କରିଛି। ତିନିବର୍ଷ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ରୁଷର ଏହା ସବୁଠାରୁ ବଡ ଆକ୍ରମଣ ବୋଲି ୟୁକ୍ରେନ କହିଛି। ୟୁକ୍ରେନ ରାଷ୍ଟ୍ରପତି ଭେଲଡୋମିର ଜେଲେନସ୍କି ଆକ୍ରମଣ ପରବର୍ତ୍ତୀ ଭିଡିଓକୁ ପୋଷ୍ଟ କରିଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷ୍ ମାଡ କରିଥିବା ୭୨୮ଟି ଡ୍ରୋନ ମଧ୍ୟରୁ ୭୧୮ଟି ଡ୍ରୋନକୁ ଇଣ୍ଟରସେପ୍ଟ କରି ଆକାଶ ମାର୍ଗରେ ନଷ୍ଟ କରିଦିଆଇଛି। ଏହି ଆକ୍ରମଣରେ କୋଠାବାଡି କ୍ଷୟକ୍ଷତି ହୋଇଛି; ମାତ୍ର ଏଥିରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି। ଏହା ପୂର୍ବରୁ ଜୁଲାଇ ୩ ତାରିଖ ଓ ଜୁନ୍ ୨୯ ତାରିଖରେ ମଧ୍ୟ ୟୁକ୍ରେନ ଉପରେ ରୁଷ୍ ବଡ ଧରଣର ଆକ୍ରମଣ ପୂର୍ବକ ୫୦୦ରୁ ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ କରିଥିଲା। ଜୁଲାଇ ୩ ତାରିଖରେ ରୁଷ୍ ୫୫୦ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ କରିଥିଲା। ସେହିପରି ଜୁନ୍ ୨୯ ତାରିଖରେ ୪୭୭ଟି ଡ୍ରୋନ ଓ ୬୦ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

Breaking News