ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ମିଲିଟାରୀ ସଂସ୍ଥା ୱାଗନରର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ ଯୁଦ୍ଧ ଡାକରା ଦେଇଛନ୍ତି। ଦେଶର ଏକାଧିକ ସହରରେ ୱାଗନର ଗ୍ରୁପର ଯୋଦ୍ଧାମାନେ ପ୍ୟାଟ୍ରୋଲିଂ କରିବା ସହ ମସ୍କୋ ଅଭିମୁଖେ ମଧ୍ୟ ଯାତ୍ରା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରାଷ୍ଟ୍ରପତି ପୁଟିନ ଆର ପାର ମୁଡ୍କୁ ଚାଲି ଆସିଛନ୍ତି। ମସ୍କୋରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ସେନା ବିରୋଧରେ ୱାଗନର ଗ୍ରୁପ୍ ଲଢ଼େଇ ଡାକରା ଦେଇଥିବାରୁ ଏହାକୁ ପୁଟିନ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି। ଏଥିସହ ଦେଶଦ୍ରୋହୀମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ପୁଟିନ କହିଛନ୍ତି, ୱାଗନର ରୁଷର ଲୋକଙ୍କ ପୀଠିରେ ଛୁରା ମାରିଛି। ରୁଷ ସେନାକୁ ଚ୍ୟାଲେଞ୍ଜ କରିଛି। ଜନତାଙ୍କୁ ଧୋକା ଦେଇଛି। ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ରୋସ୍ତୋଭ ସହର ସ୍ଥିତି ଏବେ ଖରାପ ଅଛି। କିନ୍ତୁ ଶୀଘ୍ର ଏଠାରେ ସ୍ଥିତି ସ୍ୱାଭାବିକ ହେବ। ରୁଷ ସେନା ହିରୋଙ୍କ ଭଳି କାମ କରୁଛନ୍ତି | ଏବେ ଆର ପାର୍ର ଲଢ଼େଇ ହେବ। ୱାଗନର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ରୋହୀମାନେ ଆତ୍ମସମର୍ପଣ କରନ୍ତୁ। ଧୋକାବାଜଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ। ରୁଷର ସୁରକ୍ଷା ପାଇଁ ସବୁ କିଛି କରାଯିବ ବୋଲି ପୁଟିନ କହିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……