ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାନେଇ ଅନୁମାନ କରାଯାଉଛି । କାରଣ ବର୍ତ୍ତମାନ ରୁଷ ଭାରତକୁ ଅଶୋଧିତ ତୈଳ କମ୍ ଦାମରେ ଦେବାକୁ ମନା କରିଦେଇଛି । ଯାହାଫଳରେ ଆଗାମୀ ଦିନରେ ଭାରତ ପେଟ୍ରୋଲିୟମ ନିଗମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀ ତୈଳ ଦର ପୁଣି ବୃଦ୍ଧି କରିପାରନ୍ତି । ହେଲେ ଉଭୟଙ୍କ ଆଲୋଚନା ବିଫଳ ହୋଇଛି । ଯାହାଦ୍ବାରା ଆଗକୁ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୨୪ ଡଲାରରେ ପହଞ୍ଚିଛି । ଆଗାମୀ ଦିନରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଲେ ପୁଣି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ । ଯାହା ମୂଲ୍ୟ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ । ଅନ୍ୟପଟେ ଇଣ୍ଡିଆନ ଅଏଲ ହେଉଛି ଏକମାତ୍ର କମ୍ପାନୀ ଯିଏ କି ରୁଷର କମ୍ପାନୀ ସହ ଅଶୋଧିତ ତୈଳ କାରବାର ପାଇଁ ୬ ମାସର ଚୁକ୍ତି କରିଛି । ଏହି ଚୁକ୍ତି ଅନୁସାରେ ଇଣ୍ଡିଆନ ଅଏଲ ରୁଷ କମ୍ପାନୀ ଠାରୁ ୬ ମିଲିୟନ ବ୍ୟାରେଲ ତୈଳ କ୍ରୟ କରିପାରିବ । ହେଲେ ପୁଣି ଦେଶରେ ତୈଳ ଦର ବୃଦ୍ଧି ହେବା ନେଇ ଆଶଙ୍କା ଦେଖାଗଲାଣି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..