Report Card Odisha

| Daily Odia News

ରୁଷରେ ହେଲିକପ୍ଟର ନିଖୋଜ, ଥିଲେ ୨୨ ଜଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷର ଏକ ହେଲିକପ୍ଟର କାମଚାତକାରେ ନିଖୋଜ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ। ମିଳିଥିବା ସୂଚନାନୁଯାୟୀ, ରୁଷର ଏମଆଇ-୮ଟି ହେଲିକପ୍ଟର ଶନିବାର ରୁଷର ପୂର୍ବ ଅଞ୍ଚଳରେ ସ୍ଥିତ କାମଚାତକା ପେନିସୁଲାରୁ ଉଡାଣ ଭରିଥିଲା। ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ । ଗନ୍ତବ୍ୟସ୍ଥଳରେ ହେଲିକପ୍ଟର ନିଶ୍ଚିତ ହୋଇଥିବା ସମୟରେ ନ ପହଞ୍ଚିବାରୁ ଏହା ନିଖୋଜ ଥିବା ଜଣାପଡିବା ପରେ ତଲାସି ଅଭିଯାନ ଆରମ୍ଭ ହୋଇଛି। ଏମଆଇ-୮ଟି ଏକ ଯୁଗ୍ମ ଇଞ୍ଜିନ୍‌ ହେଲିକପ୍ଟର, ଯାହା ୧୯୬୦ ମସିହାରେ ଡିଜାଇନ୍ ହୋଇଥିଲା। ରୁଷ ବ୍ୟତୀତ ଏହି ହେଲିକପ୍ଟରକୁ ଅନ୍ୟାନ୍ୟ ଦେଶ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ ଏହି ହେଲିକପ୍ଟର ଦୁର୍ଘଟଣା ହେବାର ଅନେକ ରେକର୍ଡ ରହିଛି।

Breaking News