ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର ଏକ ହେଲିକପ୍ଟର କାମଚାତକାରେ ନିଖୋଜ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ। ମିଳିଥିବା ସୂଚନାନୁଯାୟୀ, ରୁଷର ଏମଆଇ-୮ଟି ହେଲିକପ୍ଟର ଶନିବାର ରୁଷର ପୂର୍ବ ଅଞ୍ଚଳରେ ସ୍ଥିତ କାମଚାତକା ପେନିସୁଲାରୁ ଉଡାଣ ଭରିଥିଲା। ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ । ଗନ୍ତବ୍ୟସ୍ଥଳରେ ହେଲିକପ୍ଟର ନିଶ୍ଚିତ ହୋଇଥିବା ସମୟରେ ନ ପହଞ୍ଚିବାରୁ ଏହା ନିଖୋଜ ଥିବା ଜଣାପଡିବା ପରେ ତଲାସି ଅଭିଯାନ ଆରମ୍ଭ ହୋଇଛି। ଏମଆଇ-୮ଟି ଏକ ଯୁଗ୍ମ ଇଞ୍ଜିନ୍ ହେଲିକପ୍ଟର, ଯାହା ୧୯୬୦ ମସିହାରେ ଡିଜାଇନ୍ ହୋଇଥିଲା। ରୁଷ ବ୍ୟତୀତ ଏହି ହେଲିକପ୍ଟରକୁ ଅନ୍ୟାନ୍ୟ ଦେଶ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ ଏହି ହେଲିକପ୍ଟର ଦୁର୍ଘଟଣା ହେବାର ଅନେକ ରେକର୍ଡ ରହିଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..