Report Card Odisha

| Daily Odia News

୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି | ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ରହିଛନ୍ତି | ସେଥିରୁ ଅନେକ ରହିଛନ୍ତି ଭାରତରୁ ଡାକ୍ତରୀ ପାଠପଢିବାକୁ ଯାଇଥିବା ଛାତ୍ରଛାତ୍ରୀ | ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ଅଷ୍ଟମ ଦିନରେ ପହଞ୍ଚିଛି | ଅନେକ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଥିବା ବେଳେ ବାକି ରହିକିଥିବା ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି | ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ଯୋଦ୍ଧକାଳୀନ ସ୍ଥିତିରେ ଉଦ୍ୟମ ଚଳାଇଛନ୍ତି ଭାରତ ସରକାର । ଏଥିପାଇଁ ବାୟୁସେନାଙ୍କର ମଧ୍ୟ ସହାୟତା ନିଆଯାଇଛି । ୟୁକ୍ରେନର ଅନ୍ୟତମ ବଡ଼ ସହର ଖାରକିଭ୍ ରେ ଲଗାତର ଆକ୍ରମଣ କରାଯାଉଥିବାରୁ ବଙ୍କର୍ ରେ ଫସିରହିଥିବା ଭାରତୀୟ ମାନେ ଭୟ ଭିତରେ ରହିଛନ୍ତି । ତେବେ ଏହାରି ଭିତରେ ଭାରତ ସରକାର ରୁଷ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛନ୍ତି । ଖାରକିଭ୍ ରେ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ରୁଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ରାଜି ହୋଇଯାଇଛି । ତେବେ ଏହି ବୁଝାମଣା କେବଳ ଭାରତୀୟଙ୍କୁ ଖାରକିଭ୍ ରୁ ବାହାରକୁ ଆଣି ୟୁକ୍ରେନ ସୀମାନ୍ତ ଦେଶ ଗୁଡ଼ିକର ବୋର୍ଡର୍ ପର୍ଯ୍ୟନ୍ତ ପହଞ୍ଚାଇ ହେବ  |  ଗତ ୨ ଦିନ ତଳେ ରୁଷ ର ଆକ୍ରମଣରେ ଜଣେ ଭାରତର ଡାକ୍ତରୀ ଛାତ୍ରର ମୃତ୍ୟୁ ହୋଇଥିଲା | ଯାହାକି ଅତ୍ୟନ୍ତ ଦେଖଃଦ ଖବର |

Breaking News