ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୧୧ ମାସ ହେବ ୟୁକ୍ରେନ୍ ରୁଷ ମଧ୍ୟରେ ଯୁଦ୍ଧ ଜାରିରହିଛି | ରୁଷ ନିଜ ଲକ୍ଷ ହାସଲ ନହେବା ପର୍ଯ୍ୟନ୍ତ ହଟିବାର ସଙ୍କେତ ଦେଉ ନାହିଁ। ଲଢ଼େଇର କିଛି ଦିନ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି ଆକ୍ରମଣ କରିଛି ରୁଷ। ୟୁକ୍ରେନର ରାଜଧାନୀ କିଭ୍ର ୩ଟି ସହର ଉପରେ ଅତି ଭୟଙ୍କର ମିଶାଇଲ ଆକ୍ରମଣ କରିଛି ରୁଷ। ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରି ୟୁକ୍ରେନ୍ ବିଷୋଦଗାର କରିଛି। କିଭ୍ରେ ଥିବା ପ୍ରମୁଖ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରିଛି ରୁଷ। କିଭର ଦକ୍ଷିଣ କ୍ରଭିରିହ ଏବଂ ଉତ୍ତର ଖାରକିଭରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆକ୍ରମଣ ପରେ ଖାରକିଭ ସହର ଅନ୍ଧାର ହୋଛଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..