ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ବର୍ବରତା ଦେଖାଇଛି ରୁଷ। ନିଜ ଦେଶ ବିରୋଧରେ ଯାଇ ରୁଷବାସୀଙ୍କୁ ସହଯୋଗ ନ କରିବାରୁ ୟୁକ୍ରେନ୍ କଣ୍ଡକ୍ଟର ୟୁରୀ କେର୍ପେଟେଙ୍କୋଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛିି ରୁଷ ସେନା। ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଖରସେନ ଉପରେ ରୁଷର କବ୍ଜାକୁ ୟୁରୀ ବିରୋଧ କରିଥିଲେ। ୟୁରୀ ଦକ୍ଷିଣ ଖରସେନରେ ହାରମୋନିକ ଥିଏଟର୍ ଚଳାଉଥିଲେ। ରୁଷ ଖରସେନ ଉପରେ କବ୍ଜା କରିବା ପରେ ବାରମ୍ବାର ୟୁକ୍ରେନ୍ ବିରୋଧରେ ସଙ୍ଗୀତ ବଜାଇବାକୁ ରୁଷ ସେନା ୟୁରୀଙ୍କୁ କହୁଥିଲେ। କିନ୍ତୁ ସେ ମନା କରୁଥିଲେ। ରୁଷ ସେନାଙ୍କୁ ସହ ସହଯୋଗ କରିବାକୁ ମନା କରିବା ପରେ ୟୁକ୍ରେନ୍ କଣ୍ଡକ୍ଟର ୟୁରୀଙ୍କୁ ତାଙ୍କ ଘର ଭିତରେ ହିଁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସେପଟେ ରୁଷ ସୈନିକଙ୍କ ଏଭଳି କାର୍ଯ୍ୟକଳାପକୁ ୟୁକ୍ରେନ୍ ବିରୋଧ କରିଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..