ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ମସ୍କୋ ପୁଣି ଥରେ ଆକ୍ରମଣକୁ ଜୋରଦାର୍ କରିଛି। ସୋମବାର ସକାଳେ ରାଜଧାନୀ କିଭ୍ ଏବଂ ଅନ୍ୟ ୟୁକ୍ରେନ ସହରରେ ରୁଷିଆ ବୋମା ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ବାୟୁସେନା କହିଛି ଯେ ରୁଷିଆର ସୈନ୍ୟବାହିନୀ ବହୁ ସଂଖ୍ୟାରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ବାରା ଦେଶର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଛନ୍ତି। ସକାଳ ୬ଟା ପୂର୍ବରୁ ସାରା ଦେଶରେ ରୁଷିଆ ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯାଉଥିବା ନେଇ ସାଇରନ୍ ବାଜି ଉଠିଥିଲା। ରାଜଧାନୀ କିଭ୍ର ଅନେକ ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିବା କିଭ୍ ମେୟର ଭିତାଲି କ୍ଲିଚସକୋ କହିଛନ୍ତି। ସେ ସୂଚାଇ ଦେଇଛନ୍ତି ଯେ ସହରର ଡାହାଣ ପାର୍ଶ୍ୱରେ ଜଳ ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି। ଖାର୍କିଭ ମେୟର ଇହୋର ତେରେଖୋଭଙ୍କ ଅନୁଯାୟୀ ସେଠାରେ ମଧ୍ୟ ବିସ୍ଫୋରଣ ଘଟିଛି। ୟୁକ୍ରେନ ସୈନ୍ୟ କହିଛନ୍ତି ଏହି ଆକ୍ରମଣ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଏବଂ ଏବେ ମଧ୍ୟ ଜାରି ରହିଛି। ସେ କହିଛନ୍ତି ଯେ ଅନେକ ସପ୍ତାହ ପରେ ଏଭଳି ଏକ ବଡ଼ ଧରଣର ଆକ୍ରମଣ ହୋଇଛି ଏବଂ ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଛି। ବାୟୁସେନା ଅନୁଯାୟୀ, ରୁଷିଆ ଡ୍ରୋନର ଅନେକ ୟୁନିଟ୍ ୟୁକ୍ରେନର ପୂର୍ବ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳ ଆଡକୁ ଯାଉଥିଲେ। ଏହା ପରେ ଅନେକ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏହି ଆକ୍ରମଣ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ରାଜଧାନୀ କିଭ୍ରେ ବିସ୍ଫୋରଣ ଶୁଣାଯାଇଥିଲା ଏବଂ ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……