ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କରିଥିବା ରୁଷ ପୁଣିଥରେ ଆକ୍ରମଣ କରିଛି । ରୁଷ ଆଜି ୟୁକ୍ରେନର ପୂର୍ବପ୍ରାନ୍ତ ବାକମୁଟ ସହର ଆବାସିକ ଅଞ୍ଚଳ ଓ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଏକାଧିକ ବୋମା ମାଡ଼ କରାଯାଇଛି। ଯୁଦ୍ଧ ବିରତି ସତ୍ତ୍ୱେ ରୁଷର ଏପରି ହମଲାକୁ ୟୁକ୍ରେନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିନ୍ଦା କରାଯାଇଛି। ରୁଷ କିମ୍ବା ପୁଟିନ ଆଦୌ ଭରସାଯୋଗ୍ୟ ନୁହନ୍ତି ବୋଲି ସୋଶାଲ ମିଡିଆରେ ଅନେକ ଲୋକ ମତ ଦେଇଛନ୍ତି। ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ ଆସନ୍ତା ୩୬ ଘଣ୍ଟା ପାଇଁ ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କରିଥିଲେ। ଯୁଦ୍ଧ ବିରତି ସମୟରେ କୌଣସି ପ୍ରକାରର ଆକ୍ରମଣ ହେବନି ଓ ଦୁଇ ଦେଶର ଲୋକ ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ କରିବେ ବୋଲି ପୁଟିନ ଘୋଷଣା କରିଥିଲେ। ହେଲେ ଯୁଦ୍ଧ ବିରତି ଘୋଷଣା ସତ୍ତ୍ୱେ ପୁଟିନଙ୍କ ସେନା ୟୁକ୍ରେନର ପୂର୍ବପ୍ରାନ୍ତରେ ବୋମା ମାଡ଼ କରି ତାଣ୍ଡବ ରଚିଛନ୍ତି। ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଥିଲା।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..