ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଅଧିକୃତ ଡୋନେସ୍କ ରାଜ୍ୟର ରାଜଧାନୀ ମାକିଭକାରେ ହୋଇଥିବା ୟୁକ୍ରେନର ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା ରୁଷ ସୈନ୍ୟଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ତେବେ ଏ ସଂପର୍କରେ ରୁଷର ମିଲିଟାରୀ ପକ୍ଷରୁ କୁହାଯାଇଛି ଯେ ରୁଷ ସୈନ୍ୟମାନେ ବେଆଇନ ଭାବେ ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ଏପରି ଘଟଣା ଘଟିଲା । ରୁଷ ସୈନ୍ୟଙ୍କ ମୋବାଇଲ ଫୋନକୁ ଟ୍ରାକ୍ କରି ୟୁକ୍ରେନ ପକ୍ଷରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ବୋଲି ରୁଷ କହିଛି । ୟୁକ୍ରେନର କ୍ଷେପଣାସ୍ତ୍ରଟି ଏକ ରୁଷର ଏକ ଅସ୍ଥାୟୀ ସେନା ଶିବିର ଉପରେ ପଡ଼ିଥିଲା । ଫଳରେ ଏତେ ସଂଖ୍ୟକ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ରୁଷ ସୈନ୍ୟମାନେ ଏକ ୟୁକ୍ରେନୀୟ ବୈଷୟିକ କଲେଜକୁ ନିଜର ଅସ୍ଥାୟୀ ଶିବିର କରିଥିଲେ । ସେଠାରେ ହିଁ କ୍ଷେପଣାସ୍ତ୍ରଟି ମାଡ଼ କରିଥିଲା । ଅନ୍ୟପକ୍ଷରେ ବ୍ରିଟିଶ ଗୁଇନ୍ଦା ଅନୁସାରେ ଉକ୍ତ କଲେଜରେ ରୁଷ ପକ୍ଷରୁ ବିପୁଳ ପରିମାଣରେ ବିସ୍ଫୋରକ ରଖାଯାଇଥିଲା । ଏହି କାରଣରୁ ବିସ୍ଫୋରଣର ଆକାର ଏତେ ଭୟାନକ ହୋଇଯାଇଥିଲା । ଏହି ଘଟଣା ସଂପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମତାମତ ଜଣାପଡ଼ିନାହିଁ ।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..