Report Card Odisha

| Daily Odia News

ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଅତ୍ୟନ୍ତ ଚତୁର ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ନିସର୍ଗ ସୁଖ ଭୋଗ କରିବେ। ସାମାଜିକ ସ୍ତରରେ ନିଜର ମହାନତା ପ୍ରତିପାଦନ କରିପାରନ୍ତି। ଆଦର୍ଶବାଦୀଙ୍କଠାରେ ଅନୁରକ୍ତି ରହିବ।

ବୃ​ଷ :​‌ ପୁଣ୍ୟବାନ୍‌ ହେବେ। ଅମାପ ବିଦ୍ୟା ଅର୍ଜନରେ ତତ୍ପର ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ସୁବକ୍ତା ହେବାର ସୂଚନା ମିଳୁଛି। ପ୍ରଶାନ୍ତ ଚିତ୍ତସମ୍ପନ୍ନ ହୋଇପାରନ୍ତି। ଜନବଲ୍ଲବ ଆସନ ଅଳଙ୍କୃତ କରିବେ।
ମିଥୁନ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ।

କର୍କଟ : ସରକାରୀ ପରାର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ର ବିଶାରଦ ହୋଇପାରନ୍ତି। ବ୍ରତକର୍ତ୍ତା ହେବେ। ଦେବଦ୍ବିଜ ପରାୟଣ ହୋଇପାରନ୍ତି। ରାଜଯୋଗ ଅଛି। ବହୁ ବ୍ୟୟର ସମ୍ମୁଖୀନ ହେ​ବେ।‌

ସିଂହ : ପ୍ରବଳ ପ୍ରତାପୀ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୌଭାଗ୍ୟସମ୍ପନ୍ନ ହେବେ। କଳେବର ସୁଦୃଶ୍ୟ ହେବ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ସରକାରୀ ଅର୍ଥ ସହ ଶ୍ରେଷ୍ଠ ସମ୍ମାନ ପ୍ରାପ୍ତ ହେବେ।

କନ୍ୟା : ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ।
ତୁଳା : ଜିତେନ୍ଦ୍ରିୟ ହେବେ। ସନ୍ତାନସନ୍ତତି ସୁଖ ମିଳିବ। ପ୍ରବଳ ପରାକ୍ରମୀ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ। ଜନବଲ୍ଲଭଭାବେ ପୂଜ୍ୟପୂଜାର ପାତ୍ର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା : ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଶ୍ରେଷ୍ଠ ଆସନରେ ଗଦିନସୀନ ହୋଇପାରନ୍ତି। ସୁସ୍ଥ ରହିବେ। ଆୟୁଷ୍ମାନ ହେବେ। ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ।
ଧନୁ : ସୁଭାଷୀ ହେବେ। ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ନିରୋଗ ଶରୀର ସୁଦୃଶ୍ୟ ହେବ। ଭୋଗ ବିଳାସ କରିପାରନ୍ତି। ତେଜିୟାନ୍‌ ହେବେ। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ କରିବେ।

ମକର : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଭ୍ରାତୃଭାବ ଅତୁଟ ରହିବ। ଋଣ ପରିଶୋଧ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

କୁମ୍ଭ : ବାଣିଜ୍ୟ କାରବାରରେ ଅଧିକ ଲାଭବାନ୍‌ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ସର୍ବଜନାନୁରକ୍ତ ହେବେ। ହର୍ଷଯୁକ୍ତ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ରହିବ। ସତ୍‌ଚରିତ୍ର ହେବେ।

ମୀନ : ଶାସ୍ତ୍ର ଅଭିଜ୍ଞ ହୋଇପାରନ୍ତି। ସଦାସର୍ବଦା ନୀତିନିୟମାନୁବର୍ତ୍ତୀ ହେବେ। ନାନା ଗ୍ରନ୍ଥ ଅଳଙ୍କାରରେ ମଣ୍ଡିତ ହୋଇପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ।

Breaking News