Report Card Odisha

| Daily Odia News

୧୦ ଲକ୍ଷ ୟୁକ୍ରେନୀୟ ଛାଡିଲେ ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ -ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ଅଷ୍ଟମ ଦିନ ପହଞ୍ଚିଛି । ଉଭୟ ଦେଶମଧ୍ୟରେ ଆକ୍ରମଣ ଜାରି ରହିଛି। ୟୁକ୍ରେନର କିଭ୍‍ ଉପରେ ରୁଷର ଦ୍ରୁତ ଆକ୍ରମଣ କରାଯାଇଥିବା ବେଳେ ମୁଖ୍ୟ ରେଳ ଷ୍ଟେସନରେ ରୁଷ ସେନା ପକ୍ଷରୁ ରକେଟ ମାଡ କରାଯାଇଛି। ରୁଷ ଟାର୍ଗେଟରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ବିଲଡିଂ ରହିଛି। ମେଟ୍ରୋ ଷ୍ଟେସନ ନିକଟରେ ଘନ ଘନ ବୋମାମାଡ କରାଯାଉଛି। ୟୁକ୍ରେନର ଅନ୍ୟତମ ବଡ ସହର ଉପରେ ଖେରସେନ ଉପରେ ରୁଷ କବଜା କରିଛି। ରୁଷର ଦ୍ରୁତ ଆକ୍ରମଣ ମଧ୍ୟରେ ୟୁକ୍ରେନର ୧୫ଟି ସହର ଉପରେ ଏୟାର ଷ୍ଟ୍ରାଇକ୍‍ ନେଇ ଆଲର୍ଟ ଜାରି କରାଯାଇଛି। ଏଯାଏଁ ଭୟରେ ୧୦ ଲକ୍ଷ ୟୁକ୍ରେନୀୟ ଦେଶ ଛାଡି ସାରିଛନ୍ତି। ଦେଶ ଛାଡି ପଡୋଶୀ ଦେଶଗୁଡିକୁ ପଳାୟନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଗକୁ ଶରଣାର୍ଥୀ ସମସ୍ୟା ଉତ୍କଟ ହୋଇପାରେ। ପ୍ରାୟ ୪୦ ଲକ୍ଷ ନାଗରିକ ଦେଶ ଛାଡି ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି। କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ କହିଛନ୍ତି, ଅପରେସନ ଗଙ୍ଗା ମାଧ୍ୟମରେ ୩୭୨୬ ଭାରତୀୟଙ୍କୁ ରୋମାନିୟାର ରାଜଧାନୀ ବୁଖାରେଷ୍ଟରୁ ଭାରତ ଅଣାଯାଇଛି। ଭାରତୀୟ ବାୟୁ ସେନାର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନର ପଡୋଶୀ ଦେଶରେ ବିଭିନ୍ନ ସ୍ଥାନ ପାଇଁ ବାୟୁସେନାର ୩ଟି ବିମାନ ଚଳାଚଳ ଜାରି ରହିଛି। ସେହିପରି ରୁଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୭୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏନେଇ ଜାତିସଂଘ ପକ୍ଷରୁ ସୂଚନା ମିଳିଛି।

Breaking News